ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେବଳ କଂଗ୍ରେସ ହିଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ପରିବାରଙ୍କ ମଙ୍ଗଳ ପାଇଁ ନୀତି ନିର୍ଦ୍ଧାରଣ କରିପାରେ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କେବଳ କଂଗ୍ରେସ ହିଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ପରିବାରଙ୍କ ମଙ୍ଗଳ ପାଇଁ ନୀତି ନିର୍ଦ୍ଧାରଣ କରିପାରେ। ଏହା ହେଉଛି ଆମ ଶାସନର ମୂଳଦୁଆ। ଏପରି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସ୍‌ର ଦାମ୍‌କୁ ୫୦ ଟଙ୍କା ବୃଦ୍ଧି କରିବା ପରେ ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏପରି କହିଛନ୍ତି।

ରାହୁଲ ଗାନ୍ଧୀ ଟ୍ବିଟ୍‌ କରି କହିଛନ୍ତି ‘ସେବେ ଓ ଏବେ’ର ତୁଳନାତ୍ମକ ଉପସ୍ଥାପନା ଦେବାକୁ ଉଦ୍ୟମ କରିଛନ୍ତି। ଏଥିରେ ସେ ‘ଏଲ୍‌ପିଜି’ ବ୍ୟାପାରରେ ପୂର୍ବତନ ‘ଉପା’ ସରକାର ଓ ସାମ୍ପ୍ରତିକ ‘ବିଜେପି’ ସରକାରଙ୍କର ପ୍ରଚେଷ୍ଟା ଦର୍ଶାଇଛନ୍ତି। ୨୦୧୪ ମସିହା ଯାଏ କଂଗ୍ରେସ ଶାସନ ଥିବା ବେଳେ ଏଲପିଜି ସିଲିଣ୍ଡର ଦର ୮୨୭ ଟଙ୍କାର ସବସିଡି ସହ ୪୧୦ ଟଙ୍କା ଥିଲା । ବର୍ତ୍ତମାନର ବିଜେପି ସରକାରରେ ଦର ୯୯୯ ଟଙ୍କା ଥିବା ବେଳେ ସବସିଡି ଶୂନ ରହିଛି । ଦିନକୁ ଦିନ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହେଉଥିବା ବେଳେ ରାହୁଲ ଏହାକୁ ନେଇ ବର୍ଷିଛନ୍ତି ।


ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କଂଗ୍ରେସ ସରକାର ହିଁ ଗରିବ ତଥା ମଧ୍ୟବିତ୍ତ ପରିବାରଙ୍କ ଭଲ ପାଇଁ କାମ କରିଆସୁଛି । ରାହୁଲଙ୍କ ଟୁଇଟରେ କଂଗ୍ରେସ ସରକାର ବେଳେ ଦର କେତେ ଥିଲା ଆଉ କେତେ ସବସିଡି ମିଳୁଥିବା କଥା ସ୍ପଷ୍ଟ ରହିଥିବା ବେଳେ ବିଜେପି ସରକାର ବେଳେ କେତେ ରହିଛି ତାକୁ ଉଲ୍ଲେଖ କରିଛନ୍ତି । କଂଗ୍ରେସ ଅମଳରେ ୨ଟି ସିଲିଣ୍ଡରେ ଯେଉଁ ଦାମରେ ମିଳୁଥିଲା ଆଜି ସେହି ଦରରେ ଗୋଟିଏ ସିଲିଣ୍ଡର ମିଳୁଛି । ଯାହା ସବୁଠାରୁ ଚିନ୍ତାର ବିଷୟ ।

Leave A Reply

Your email address will not be published.