ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ବର୍ଷରୁ ମହଙ୍ଗା ମାଡ : ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ଅନ୍‌ଲାଇନ୍‌ରୁ ଖାଦ୍ୟ ମଗାଇଲେ ଦେବାକୁ ପଡିବ ଟ୍ୟାକ୍ସ

ନୂଆଦିଲ୍ଲୀ :  ସାଧାରଣ ଗ୍ରାହକଙ୍କ ଉପରେ ପୁଣି ଲାଗିବ ଦରଦାମ ବୃଦ୍ଧିର ଝଟକା। ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଜୋତା, କପଡ଼ା ଓ ଅନଲାଇନରେ ମଗାଉଥିବା ଖାଦ୍ୟ ଇତ୍ୟାଦିର ଦାମ ବଢ଼ିବାକୁ ଯାଉଛି। ୧ ତାରିଖରୁ ରେଡିମେଟ କପଡ଼ାରେ ଜିଏସଟି (ଦ୍ରବ୍ୟ ଓ ସେବା କର) ୫ ପ୍ରତିଶତରୁ ବଢ଼ି ୧୨ ପ୍ରତିଶତରେ ପହଞ୍ଚିବ। ଏହାଦ୍ବାରା ରେଡିମେଟ କପଡ଼ାର ମୂଲ୍ୟ ବଢ଼ିଯିବ। ଜିଏସଟି ବଢ଼ିବା ଦ୍ୱାରା ଖୁଚୁରା ବ୍ୟବସାୟ ପୁରାପୁରି ଭାବେ ପ୍ରଭାବିତ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି । ରେଡିମେଟ ବ୍ୟବସାୟରେ ଥିବା ବ୍ୟବସାୟୀ ମାନେ ଜିଏସଟି ବୃଦ୍ଧିକୁ ବିରୋଧ କରିଛନ୍ତି ।

କିନ୍ତୁ ସରକାର ନିଜର ନିଷ୍ପତ୍ତିକୁ ବଦଳାଇବେ ନାହିଁ ବୋଲି ଜଣାପଡ଼ିଛି। ତେଣୁ ନୂଆବର୍ଷଠାରୁ ରେଡିମେଟ ଡ୍ରେସ କିଣିବାପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ କିଏସଟିରେ ୫ପ୍ରତିଶତ ବଢ଼ାଇ ୧୨ ପ୍ରତିଶତ କରିଛନ୍ତି । ଟିକସରେ ଏହି ନୂଆ ପରିବର୍ତ୍ତିତ ନିୟମ ଆସନ୍ତା ୨୦୨୨ ଜାନୁଆରୀ ୦୧ ତାରିଖ ପାଖରୁ ଲାଗୁ ହେବ। ଏଥି ସହିତ ଯଦି ଅନଲାଇନ ଡେଲିଭରି ଆପରୁ ଖାଦ୍ୟ ମଗାଇ ଖାଉଛନ୍ତି ତାହେଲେ ଆପଣଙ୍କୁ ଆସନ୍ତା ବର୍ଷରୁ ଅଧିକ ଖଚ୍ଚାନ୍ତ ହେବାକୁ ପଡ଼ିବ। କାରଣ ନୂଆ ବର୍ଷରୁ ୱିଗି ଓ ଜମାଟେ ଭଳି ଆପରେ ଖାଦ୍ୟ ମଗାଇଲେ ଟିକସ ଦେବାକୁ ପଡ଼ିବ ।

ଆସନ୍ତା ୨୦୨୨ ଜାନୁଆରୀ ୦୧ରୁ ଖାଦ୍ୟ ଡେଲିଭରି ଆପରେ ୫ ପ୍ରତିଶତ ଜିଏସଟି ଲାଗିବ। କିନ୍ତୁ ଏହା ଦ୍ବାରା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ କାରଣ ଏହି ଟିକସ ସରକାର ଗ୍ରାହକଙ୍କ ଠାରୁ ନେବେନାହିଁ। ଖାଦ୍ୟ ଡେଲିଭରି କମ୍ପାନୀମାନେ ଏହି ଟିକସ ସରକାରଙ୍କୁ ପୈଠ କରିବେ। କିନ୍ତୁ ଯେକୌଣସି ଉପାୟରେ କମ୍ପାନୀ ଗ୍ରାହକଙ୍କଠାରୁ ଏହି ଟିକସ ଭରଣା କରିବ ବୋଲି ଜଣା ପଡ଼ିଛି । କିନ୍ତୁ ୨୦୨୨ମସିହାରୁ ଅନଲାଇନ ଆପରେ ଖାଦ୍ୟ ମଗାଇବା ଗ୍ରାହକଙ୍କୁ ମହଙ୍ଗା ପଡିପାରେ।

Leave A Reply

Your email address will not be published.