ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଚ୍ଚ ପହିଲାରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ା

ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜକୁ ସଚିବଙ୍କ ଚିଠି

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, +୩(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଫିଜିକାଲ କ୍ଲାସ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୦ ତାରିଖରୁ ପିଜି ପ୍ରଥମ ଓ +୩ର ଦ୍ୱିତୀୟ ଏବଂ ତୁତୀୟ(୪ ବର୍ଷର ସ୍ନାତକ ପାଠ୍ୟକ୍ରମ) ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‍ ପଢ଼ା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ କରୋନାର ସ୍ଥିତି ନିୟନ୍ତ୍ରଣରେ ନଥିବାରୁ +୩ ପ୍ରଥମ ବର୍ଷ ତଥା ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଫିଜିକାଲ ପାଠପଢ଼ା କରିବା ସମ୍ଭବ ନୁହଁ। ସେମାନଙ୍କ ଅନଲାଇନ କ୍ଲାସ ତୁରନ୍ତ ଆରମ୍ଭ କରିବାର ଆବଶ୍ୟକତା ରହିଛି। ନଚେତ ସେମାନଙ୍କ ଶିକ୍ଷା ବର୍ଷ ତଥା ପାଠପଢ଼ା ଗୁରୁତର ପ୍ରଭାବିତ ହେବ। ତେଣୁ ମାର୍ଚ୍ଚ ୧ରୁ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ବିଭାଗ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଛି। ତେବେ ବିଭାଗର ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଷୟରେ ୨୫ ପ୍ରତିଶତ ‘ସେଲ୍‌ଫ ଷ୍ଟଡି’ ପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.