ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସସି/ଏସଟି ବ୍ୟକ୍ତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଚିକର ଟିପ୍ପଣୀ ଦେଲେ ଆଇନର ପରିସରଭୁକ୍ତ ହେବେ- କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏସସି ଓ ଏସଟି ବ୍ୟକ୍ତିଙ୍କ ବିରୋଧରେ କିଛି ମନ୍ତବ୍ୟ ପୋଷ୍ଟ କରୁଥିଲେ ସାବାଧାନ। ହୋଇପାରେ ଜେଲ୍ ।  ଏସସି/ଏସଟି ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନର ଶିକାର ହୋଇପାରନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।

ଏକ ମାମଲାର ଶୁଣାଣି କରିବା ସହ ଜଣେ ୟୁଟ୍ୟୁବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୟୁଟ୍ୟୁବର ଜଣକ ବିଭିନ୍ନ ସୋସିଆଲ ମିଡିଆରେ ଜଣେ ତଫସିଲଭୁକ୍ତ ଜନଜାତି ବର୍ଗର ବ୍ୟକ୍ତିଙ୍କ ବିରୋଧରେ କେତେକ ଟିପ୍ପଣୀ ଦେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କେରଳର ଟ୍ରୁ ଟିଭି ନାମକ ଏକ ଅନଲାଇନ ନ୍ୟୁଜ ପ୍ଲାଟଫର୍ମର ପରିଚାଳନା ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର କେ.ଏ. ନୌସାଦ ଯୁକ୍ତି ଦର୍ଶାଇଥିଲେ, ଡିଜିଟାଲ ଯୁଗରେ ଏସସି-ଏସଟି ଆଇନର ଆଭିମୁଖ୍ୟକୁ ଉପଯୁକ୍ତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି।

ମାମଲାର ଶୁଣାଣି କରି ଜଷ୍ଟିସ ବେଚୁ କୁରିଆନ ଥୋମାସ କହିଛନ୍ତି ଏସସି-ଏସଟି ବ୍ୟକ୍ତିଙ୍କ ବିରୋଧରେ କୌଣସି ଅଶାଳୀନ ବା ଅରୁଚିକର ଟିପ୍ପଣୀ ଏସସି-ଏସଟି ଆଇନର ପରିସରଭୁକ୍ତ ହେବ।

Leave A Reply

Your email address will not be published.