ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲ୍ଲା ଅବନ୍ତିପୁରାରେ ଆଜି ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ । ଦିନକ ପରେ ସୁରକ୍ଷା କର୍ମୀ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛନ୍ତି । ଏବେବି ପୁରା ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଅବନ୍ତିପୁରାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସୂଚନା ମିଳିବା ପରେ ସୋମବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀ ଆତଙ୍କୀଙ୍କୁ ଏନକାଣ୍ଟର କରିଥିଲେ । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ ନିହତ ଆତଙ୍କବାଦୀର ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ରହିଥିବାରୁ ସେନା ଏହି ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

Leave A Reply

Your email address will not be published.