ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଶିଲାନି ‘ରନ୍‌ୱେ’; ବଦଳିଲା ବିମାନର ଗତିପଥ

ଭୁବନେଶ୍ୱର : ଆଜି ସକାଳେ ଘନ କୁହୁଡ଼ି ହେତୁ ଗୋଟିଏ ବିମାନ ଅବତରଣ କରିପାରି ନାହିଁ। ସେହିପରି ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଜିବିଲିଟି ୧୫୦ ମିଟରକୁ ଖସି ଆସିଥିଲା। ସୁରକ୍ଷିତ ବିମାନ ଅବତରଣ ପାଇଁ ଭିଜିବିଲିଟି ଅତିକମରେ ୫୫୦ ମିଟର୍‍ରୁ ୮୦୦ ମିଟର୍‍ ମଧ୍ୟରେ ରହିବା ଆବଶ୍ୟକ। ଆଜି ସକାଳ ୬.୩୦ ସମୟରେ ନୂଆଦିଲ୍ଲୀ-ଭୁବନେଶ୍ୱର ଇଣ୍ଡିଗୋ ବିମାନ ଆସି ଏଠାରେ ପହଞ୍ଚିବାର ଥିଲା। ତେବେ ଭୁବନେଶ୍ୱରରେ ଘନ କୁହୁଡ଼ି ଥିବାରୁ ବିମାନଟି ଅବତରଣ କରିପାରି ନଥିଲା। ଫଳରେ ଏଟିସିର ଅନୁମତିକ୍ରମେ ବିମାନ ରାୟପୁରକୁ ନିଆଯାଇଥିଲା। ପରେ ସକାଳ ୯.୩୦ ସମୟରେ ବିମାନଟି ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ସେହିପରି କଲକାତା-ଭୁବନେଶ୍ୱର ଇଣ୍ଡିଗୋ ମଧ୍ୟ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆସି ଅବତରଣ କରିଥିଲା ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି।

Leave A Reply

Your email address will not be published.