ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟକର ବିଭାଗର ମାର୍ଗଦର୍ଶିକା ଜାରି: କ୍ରିପ୍ଟୋ କାରବାର ଉପରେ ଲାଗିବ ୧% ଟିଡିଏସ୍‌

ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ କାରବାର ଉପରେ ମଧ୍ୟ ଦେବାକୁ ପଡିବ। ଏହାଦ୍ବାରା ସରକାର କ୍ରିପ୍ଟୋକରେନ୍ସିରେ କାରବାର କରୁଥିବା ଲୋକଙ୍କର ପ୍ରକୃତ ସ୍ଥାନ ସନ୍ଧାନ କରିପାରିବେ। ଯେଉଁ ନିବେଶକମାନେ ଲାଭ ପାଇଁ କ୍ରିପ୍ଟୋକରେନ୍ସି ବିକ୍ରି କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଏହି ନିୟମାନୁଯାୟୀ ଟିକସ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯିବା ପରଠାରୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ ପାଇଁ ଉତ୍ସାହ କମିଯାଇଛି। କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାର ବ୍ୟବସ୍ଥା ଜୁଲାଇ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

Leave A Reply

Your email address will not be published.