ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଥଣ୍ଡା ପାଗ; ୭ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ପାଗ ଲାଗି ରହିଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୧୨ ଓ ଫୁଲବାଣୀରେ ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଉତ୍ତର ଆଭ୍ୟନ୍ତରୀଣରେ ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପାଗ ମେଘୁଆ ରହିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣରେ ୧ ଓ ୨ ତାରିଖ ଏବଂ ଉପକୂଳରେ ୨ ଓ ୩ରେ ପାଗ ଆଂଶିକ ମେଘୁଆ ରହିବ। ରାଜ୍ୟରେ ଅଧିକାଂଶ ସ୍ଥାନରେ ନଭେମ୍ବର ୧-୪ ଭିତରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ବଢ଼଼ି ୮ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୪ରୁ ସର୍ବାଧିକ ତାପମାତ୍ରା ୬ ସୁଦ୍ଧା ୨-୩ ଡିଗ୍ରୀ ବଢ଼଼ିବ। ତେଣୁ କାର୍ତ୍ତିକ ପୂର୍ଣ୍ଣିମାରେ ବିଶେଷ ଶୀତ ରହିବ ନାହିଁ।

ଅନ୍ୟପକ୍ଷରେ ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨-୩ ଦିନ ରହିବ ଏବଂ ବିଷୁବ ରେଖାର ନିକଟ ହେତୁ ଘନୀଭୂତ ହେବାରେ ବିଳମ୍ବ ହେବ। ପରବର୍ତ୍ତୀ ସମୟରେ ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। କେତେକ ମଡେଲରୁ ଜଣାପଡ଼ୁଛି ଯେ ଏହା ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିବ। ତେବେ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.