ଗଣଦୁଷ୍କର୍ମ ପରେ ଗର୍ଭବତୀଙ୍କୁ ୧୦ ଲକ୍ଷ କ୍ଷତିପୂରଣ ନିର୍ଦେଶ

କଟକ : ଜଣେ ଗଣଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ହୋଇଥିବା ବେଳେ ଗର୍ଭପାତ ଅନୁମତି ପାଇଁ ନିମ୍ନ ଅଦାଲତରେ ଦାୟର ମାମଲା ଖାରଜକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ୨୦ ବର୍ଷିଆ ଉକ୍ତ ଯୁବତୀଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ସଂପୃକ୍ତ ଯୁବତୀଙ୍କ ସ୍ବାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ସହ ସେ ଯେଭଳି ଉତ୍ତମ ଚିକିତ୍ସା ପାଇ ପ୍ରସବ କରାଇବେ, ସେଥ୍‌ପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ |

ଯେହେତୁ ଅବେଦନକାରୀ ପୀଡିତା ୨୬ ସପ୍ତାହର ଗର୍ଭଧାରଣ କରିସାରିଲେଣି ତେଣୁ ତାଙ୍କ ଗର୍ଭପାତ କରାଇବାକୁ ଅଦାଲତ ଅନୁମତି ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏହି ମାମଲା ନିମ୍ନ ଅଦାଲତରେ ବିଚାରାଧୀନ ଥିବା ବେଳେ ଯଦି ନିମ୍ନ ଅଦାଲତ କ୍ଷତିପୂରଣ ଦେବେ ତାହା ବାଦ ଉପରୋକ୍ତ ୧୦ ଲକ୍ଷ ପୀଡିତାଙ୍କୁ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧ୍ୟାକରଣ ମାଧ୍ୟମରେ ଏହି କ୍ଷତିପୂରଣ ପ୍ରଦାନ କରାଯିବାକୁ ହାଇକୋର୍ଟ କହିଛନ୍ତି । ଗତ ଏପ୍ରିଲ ୧୪ ତାରିଖରେ କଟକ ଜିଲ୍ଲାର ବୈଦେଶ୍ବର ଥାନଞ୍ଚଳରେ ଏହି ଘଟଣା ଘଟିଥିଲା ଯୁବତୀ ଜଣଙ୍କ ନିଜ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଟେକି ନେଇ ଦୁଷ୍କର୍ମ କରିଥିଲେ।

Leave a comment