ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ଆକ୍ରମଣରେ ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବେତନଟୀ ରେଞ୍ଜ ଅଧୀନ ଛଚିନାପଦା ନିକଟରେ ହାତୀ ଆକ୍ରମଣରେ ଜଣଙ୍କ ର ମୃତ୍ୟୁ ଘଟିଛି ।ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ଆଣିଛନ୍ତି । ମୃତକ ଜଣଙ୍କ ହେଲେ ନୂଆଗାଁ ଗ୍ରାମର ସିଂଗରାୟ ମାଝୀ । ଦୁଇଦିନ ଧରି ଝାଡଖଣ୍ଡରୁ ଆସିଥିବା ୭୧ଟିକିଆ ହାତୀପଲ ମନତାପାଳ ଶାଳ ଜଙ୍ଗଲ ରେ ରହିଛନ୍ତି ।ଗତ ରାତିରେ ଖାଦ୍ୟ ଅନ୍ବେଷଣରେ ଛଚିନାପଦା ଗ୍ରାମ ପଟକୁ ୧୧ଟି ହାତୀ ପଳାଇ ଆସିଥିଲେ ।

ସକାଳୁ ସକାଳୁ ସିଂଗରାୟ ସେମାନଙ୍କ ହାବୁଡରେ ପଡି ବର୍ତ୍ତି ପାରି ନଥିଲେ । ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବନବିଭାଗ ପୂର୍ବ ଭଳି ହାତୀପଲ ଆସିବା ସମୟରେ ଗ୍ରହଣ କରୁଥିବା ପଦକ୍ଷେପ ବର୍ତ୍ତମାନ ନେଉ ନଥିବାରୁ ନୀରିହଙ୍କ ଜୀବନ ଯାଉଛି । ଯାହାକୁ କେନ୍ଦ୍ର କରି ହାତୀ ଚଳପ୍ରଚଳ ଚିହ୍ନଟ ସଂଲଗ୍ନ ଅଞ୍ଚଳ ବାସୀ ଆତଙ୍କିତ ରହିବା ସହିତ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.