କୁମ୍ଭୀର ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ: ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହେଲେ ଯୁବକ । ମୃତ ବ୍ୟକ୍ତି ଜଣକ ହେଲେ ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ବରଣାକୂଳ ଗ୍ରାମର ବୁଦ୍ଧିରାମ ମଳିକ । ଖବର ଅନୁଯାୟୀ, ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ହୀରାଘାଇ ନିକଟକୁ ନଦୀରୁ ମାଛ ଧରିବା ପାଇଁ ଯାଇଥିଲେ । ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ତେବେ ପରେ ସ୍ଥାନୀୟ ଲୋକେ ଖବର ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ ଅନେକ ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ବୁଦ୍ଧିରାମଙ୍କର ଜୀବନ ଚାଲିଯାଇଥିଲା । ଅଗ୍ନିଶମ ବାହିନୀ ପହଂଚିବା ପରେ ମୃତ ଦେହ ଉଦ୍ଧାର କରାଯାଇଛି । କୁମ୍ଭୀର ଆକ୍ରମଣରେ ଜଣଙ୍କର ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

Leave a comment