ଲଗାଣ ବର୍ଷା ହେଲା କାଳ: ଘରର କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର କାନ୍ଥ। ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି। ଲଗାଣ ବର୍ଷା ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଟିକରପଡ଼ା ଗାଁର କୁହ୍ନୁଚରଣ ବେହେରା ଓ ତାଙ୍କ ପତ୍ନୀ ଦୂତିକା ବେହେରା ଶୁକ୍ରବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଭୋର ପ୍ରାୟ ୩ଟି ସମୟରେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ହଠାତ୍‌ ଘର କାନ୍ଥ ଭୁଷୁଡିପଡ଼ିଥିଲା । ଯାହାଫଳରେ ସ୍ତ୍ରୀ ଦୂତିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କୁହ୍ମୁଚରଣ ଗୁରୁତର ହୋଇଛନ୍ତି । ତେବେ ଗତ କିଛି ଧରି ଲଗାଣ ବର୍ଷା ଲାଗି କାନ୍ଥ ପଡିଥିବା ସୂଚନା ରହିଛି।

Leave a comment