ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖଜୁରୀ ମଦ ପିଇବାକୁ ନେଇ ବଚଷା, କାଠ ଫାଳିଆରେ ଆକ୍ରମଣ ଯୋଗୁ ଜଣେ ମୃତ

ରାୟଗଡା : ଖଜୁରୀ ମଦ ପିଇବାକୁ ନେଇ ବଚଷା, ପରେ କାଠ ଫାଳିଆରେ ଆକ୍ରମଣ ଯୋଗୁ ଜଣଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଗୋଡିଖାଲ ଗାଁରେ। ସେହି ଗ୍ରାମର ଦୁଇ ପୋଡଶି ଖଜୁରୀ ମଦ ଆଣି ଉଭୟେ ପିଇଥିଲେ ଓ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା ଓ ପରେ ଏହା ଉଗ୍ରରୁପ ନେଇ ତାସିଲି ମାଝି ଏକ କାଠ ଫାଳିଆରେ ମାରିବା ଫଳରେ କିରରେ ମାଝୀ ଙ୍କ ମୃତ୍ୟୁ ହୋଇଛି । ଖବରପାଇ ଅମ୍ବାଦଳା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଯାରି ରଖିଥିବା ବେଳେ ମୃତଦେହକୁ ଜବତକରି ଡାକ୍ତରଖାନାକୁ ଅଣାଯାଇଛି । ହତ୍ୟାକାଣ୍ଡ ଘଠାଇଥିବା ତାସିଲି ମାଝିକୁ ଥାନାରେ ଅଟକ ରଖାଯାଇଛି ।

Leave A Reply

Your email address will not be published.