ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ ଗୁରୁତର

ଲଙ୍ଗଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗ୍ରାମରେ ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ଯୁ ଘଟିିଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ରେମୁଂ ଗ୍ରାମର ବିଦ୍ୟାଧର ଜେନାଙ୍କ ପୂଅ ବାହାଘରରେ ଆଜି ରିସେପସନ ଥିବା ବେଳେ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ଘରେ ସମସ୍ତେ ଅନ୍ୟ କାର୍ଯ୍ଯରେ ବ୍ୟସ୍ତ ଥିଲାବେଳେ ୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ଗୋଧୋଇବା ସମୟରେ ଅସାବଧାନତା ବଶତଃ ୩ଜଣ ଯାକ ପୋଖରୀରେ ବୁଡି ଯାଇଥିଲେ। ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରି ନ ପାଇବାରୁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ମୃତ ନାବାଳିକା ଜଣକ ବାଲିଆପାଳ ଥାନା ଅନ୍ତର୍ଗତ କାଠଶଗଡା ଗ୍ରାମର ଶ୍ରୀନିବାସ ପାତ୍ରଙ୍କ ଝିଅ ମନୋରମା ପାତ୍ର ( ୧୫)।

Leave A Reply

Your email address will not be published.