ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୌଚ ହେବା ପାଇଁ ଯାଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କାମାକ୍ଷାନଗର : ସ୍ୱାମୀ ସ୍ତ୍ରୀଙ୍କୁ ଜଙ୍ଗଲ ଭିତରେ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । ଚାନ୍ଦପୁର ଗାଁ କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଆଜି ଭୋର ସମୟରେ ଘର ନିକଟ ଜଙ୍ଗଲ ପାଖକୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ହଠାତ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଦନ୍ତା ଉଭୟଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ବନ ବିଭାଗ ଗାଡି ସହାୟତାରେ ନିକଟସ୍ଥ ମହାବିରୋଡ଼ ମେଡ଼ିକାଲ ଏବଂ ପରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟେଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରମେଶଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସ୍ତ୍ରୀ ତାରା ବେହେରା ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ରମେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.