ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଭୁବନ : ଗ୍ରାମ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ। ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ । ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫ ବର୍ଷ ଓ ଚିତ୍ରସେନ ସାହୁ ୫୦ ବର୍ଷ ବସିଥିବା ସମୟରେ ବଜ୍ରପାତ ଘଟିଥିଲା । ଦୁହେଁ ମଣ୍ଡପରେ ଗଳିପଡିଲେ । ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ଡାକ୍ତର ଲକ୍ଷ୍ମୀଧର ସାହୁ ଓରଫ କୋଚାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଚିତ୍ରସେନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା କରିବା ପରେ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.