ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲକୋଇ ବନାଞ୍ଚଳ ରେ ଜନ୍ତୁ ଶୀକାର ବେଳେ ଜଣେ ଗିରଫ : ବାରହା ମାଂସ ଓ ହରିଣ ଛାଲ ଜବତ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଅନ୍ତର୍ଗତ ଟୁଙ୍ଗୁରୁବାହାଳୀ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତିରେ ଜଙ୍ଗଲୀ ଜନ୍ତୁ ଶୀକାର ନେଇ ବନ ବିଭାଗ କୁ ଖବର ମିଳିଥିଲା । ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ,ଫରେଷ୍ଟର ଭୂପତି ସେଠୀ, ଗାର୍ଡ ଦୀପକ ରଣା ଓ ଶାନ୍ତିଲତା ମୁଣ୍ଡାରୀ ସେଠାରେ ମିଳିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ 3 ଜଣ ଶିକାରୀ ଫେରାର ହୋଇଯାଇଥିବାବେଳେ ଜଗମୋହନପୁର ତୁଙ୍ଗୁରୁବାହାଳୀ ର ରାଜେଶ ପଲେଇ(24)କୁ ଗିରଫ କରାଯାଇଛି । ସେଠାରୁ ବାରହା ମାଂସ,ହରିଣ ଛାଲ,ହରିଣ ସିଙ୍ଗ ଓ ଜନ୍ତୁ ଶୀକାର ସରଞ୍ଜ।ମ ଜବତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.