ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଦେଢ଼ବର୍ଷର ଓଡ଼ିଆ ଶିଶୁ ଶ୍ରେୟାଂଶୁ

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି ବିଭାଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ପାଟିରୁ କଥା ନସରୁଣୁ ଏଗୁଡିକୁ ଶ୍ରେୟାଂଶୁ ଚିହ୍ନଟ କରି ପାରୁଛନ୍ତି। ସେହିପରି ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପ୍ରଶ୍ନକଲେ ସେ ତାହା ବୁଝି ପାରୁଛନ୍ତି ଓ ତଦନୁଯାୟୀ ପ୍ରତିକ୍ରିୟା ଦେଖାଉଛନ୍ତି। ତାଙ୍କର ଏପରି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଶ୍ରେୟାଂଶୁଙ୍କ ଏପରି କୃତିତ୍ବ ପାଇଁ ତାଙ୍କ ପରିବାର ସହ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.