ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ନ ନେବାରୁ ଦେଢ଼ଶହ କର୍ମଚାରୀଙ୍କୁ ଛଟେଇ

ଜ୍ୟେଷ୍ଟନ : କରୋନା ଟିକା ନେବାକୁ ମନା କରିବାରୁ ଆମେରିକାର ନ୍ୟୁଷ୍ଟନର ଏକ ହସ୍ପିଟାଲରୁ ୧୫୦ ରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିବା ଜଣାପଡ଼ିଛି। ଏହି ସହରର ମେଥଡିଷ୍ଟ ବେ ଟାଉନ ହସ୍ପିଟାଲର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ସଂସ୍ଥା କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗତ ଏପ୍ରିଲରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ସମସ୍ତ କର୍ମଚାରୀଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ଟିକା ନେବାକୁ ନୋଟିସ୍ ଜାରି କରିଥିଲେ। ହେଲେ ଏହି ହସ୍ପିଟାଲର ୧୭୮ ଜଣ କର୍ମଚାରୀ ଟିକା ନେବାକୁ ମନା କରିଥିଲେ। ଏଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରୀରୁ ୨ ସପ୍ତାହ ଲାଗି ଅବୈତନିକ ନିଲମ୍ବନ କରିଥିଲେ।

Leave A Reply

Your email address will not be published.