ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଥର ବି କୋଭିଡ୍ କଟକଣାରେ ଚାଲିବ ବିଧାନସଭା ଅଧିବେଶନ, ସମସ୍ତଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର : ଏଥର ବି କୋଭିଡ୍ କଟକଣାରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ବିଧାୟକଙ୍କ ବ୍ୟତୀତ ଗଣମାଧ୍ୟମ ପ୍ରତିନଧିଙ୍କ ସହ ବିଧାନସଭା କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ପୂର୍ବରୁ ରହିଥିବା ନିୟମ ଅନୁସାରେ ଅଧିବେଶନ ବସିବ ।ସର୍ବଦଳୀୟ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା । ବିଧାନସଭା ବଜେଟ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ବୈଠକରେ ଆଲୋଚନା ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ ବୈଠକରେ ଯୋଗ ଦେଇଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଭିଡିଓ କନଫରମେନ୍ସ ଜରିଆରେ ଉପସ୍ଥିତି ରହିଥିଲେ ।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଚଳିତ ଥର ବିଧାନସଭାର ବଜେଟ ଅଧିବେଶନ ୫ ଘଣ୍ଟା ଚାଲିବ । ସକାଳ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଓ ୩ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ବିଧାନସଭା ବଜେଟ ଅଧିବେଶନ ୬ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ପରେ ମୁଲତବୀ ନୋଟିସରେ କ’ଣ ଆଲୋଚନା ହେବ ତାହା ଉପରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଥିଲା।

ଆଗକୁ ପୌର ନିର୍ବାଚନ ଥିବାରୁ ଏଥର ୪ ମାସିଆ ବଜେଟ ଆସିବ। ଏହାପରେ ଜୁନ, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ। ଏବେ ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ।ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅଛି। ତେଣୁ ଚଳିତ ଥର ବଜେଟ ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା।

Leave A Reply

Your email address will not be published.