ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାବୁଲ ଏୟାରପୋର୍ଟରେ ପୁଣି ହୋଇପାରେ ଆତଙ୍କୀ ହମ୍‌ଲା

କାବୁଲ: ପୁଣି କାବୁଲ ଏୟାରପୋର୍ଟରେ ଆତଙ୍କୀ ହମ୍‌ଲା ନେଇ ଆମେରିକାର ଆଲର୍ଟ କରିଛି। ୨୪ରୁ ୩୬ ଘଣ୍ଟା ଭିତରେ ହମ୍‌ଲା ନେଇ ସତର୍କ କରାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ଏହି ହାଇ ଆଲର୍ଟ ଜାରି କରିଛି ଆମେରିକା । ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ଯ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ।

ତେବେ ଶନିବାର ଆମେରିକୀୟ ସେନା ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ -କେ  ଶିବିରରେ ଆକ୍ରମଣ କରିଥିଲା । କାବୁଲ ବିମାନବନ୍ଦର ହୋଇଥିବା ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ବାଇଡେନ ଆହୁରି କହିଛନ୍ତି, ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଏବେ ଅଟକିବ ନାହିଁ । ଆମେ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ।

 

Leave A Reply

Your email address will not be published.