ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି । କେବଳ ପରିବାରଜନ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାହାଘର ହେବ ।

ତେବେ ଭଗୱନ୍ତ ପୂର୍ବରୁ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ଉଭୟ ୨୦ ମାର୍ଚ୍ଚ ୨୦୧୫ ତାରିଖରେ ଆପୋସ ବୁଝାମଣାରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ମନ ନିଜ ଆବେଦନରେ କହିଥିଲେ ରାଜନୀତି କାରଣରୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି । କୋର୍ଟରୁ ଅନୁମତି ମିଳିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପୁଅ ଦିଲସାନ ମନ (୧୭) ଏବଂ ଝଅ ସିରତ କୌର ମନ (୨୧) ବର୍ତ୍ତମାନ ଆମେରିକାରେ ନିଜ ମା’ଙ୍କ ସହ ରହୁଛନ୍ତି ।

Leave A Reply

Your email address will not be published.