ନୂଆ ନୂଆ ରୂପରେ ଆସୁଛି କରୋନା : ଚିହ୍ନଟ ହେଲା ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ‘ଡେଲଟାକ୍ରନ’

ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷ ହେବ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି ମହାମାରୀ କରୋନା ଭାଇରସ । ଚୀନର ପ୍ରଥମେ ଚିହ୍ନଟ ହୋଇ ଏବେ ସାରା ବିଶ୍ୱକୁ ନିଜ କବଳକୁ ନେଇ ସାରିଛି କୋଭିଡ-୧୯ । କରୋନାର ଗୋଟିଏ ଭାରିଆଣ୍ଟ ନଯାଉଣୁ ଆଉ ଏକ ଭାରିଆଣ୍ଟ ଆସିଯାଉଛି । ପ୍ରଥମ ଲହରରେ ଉହାନ ଭାରିଆଣ୍ଟ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଦ୍ୱିତୀୟ ଲହରରେ ମୃତ୍ୟୁର ତାଣ୍ଡବ ରଚିଥିଲା ଡେଲଟା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟ ନଯାଉଣୁ କରୋନାର ଆଉ ଏକ ଭାରିଆଣ୍ଟ ‘ଓମିକ୍ରନ’ ସାରା ବିଶ୍ୱର ପୁଣି ଥରେ ଆତଙ୍କ ଖେଳାଇଛି ।

ଡେଲଟା ପରେ କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଓମିକ୍ରନ ଭଳି ସଂକ୍ରାମକ ଭାରିଆଣ୍ଟ ସହ ଲଢ଼ିବାକୁ ବିଶ୍ବ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ରୂପ ବଦଳାଇ ଅଧିକ ସଂକ୍ରାମକ ଭାରିଆଣ୍ଟରେ ପରିଣତ ହୋଇଛି କରୋନା। କିଛି ଦିନ ତଳେ ଓମିକ୍ରନ ପରେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଏକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଏହାର ନାଁ ଡେଲଟାକ୍ରନ ଦିଆଯାଇଛି।ନୂଆ ଭାରିଆଣ୍ଟଟି ସାଇପ୍ରସ ଦେଶରେ ଚିହ୍ନଟ କରାଯାଇଛି। ଡେଲଟାକ୍ରନ ଭାରିଆଣ୍ଟର ଡେଲଟା ଓ ଓମିକ୍ରନ ଭାରିଆଣ୍ଟ ସହ ସମାନତା ଥିବାରୁ ଏହାର ନାଁ ଡେଲଟାକ୍ରନ ରଖାଯାଇଛି।

ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ କରିଛି ଯେ ସାଇପ୍ରସ୍ ଅନୁସନ୍ଧାନକାରୀ ଏହି ନୂତନ ଷ୍ଟ୍ରେନ୍ ଆବିଷ୍କାର କରିଛନ୍ତି, ଯାହା ଓମିକ୍ରନ୍ ଏବଂ ଡେଲଟା ପ୍ରକାରର ମିଶ୍ରଣ ବୋଲି କୁହାଯାଉଛି । ସାଇପ୍ରସ୍ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ପ୍ରଫେସର ଲିଓନିଡିଓସ୍ କୋଷ୍ଟ୍ରିକ୍ସ ଏହାର ଓମିକ୍ରନ୍ ପରି ଜେନେଟିକ୍ ଗୁଣ ଏବଂ ଡେଲଟା ପରି ଜିନୋମ୍ ହେତୁ ଏହାର ନାମ ‘ଡେଲଟାକ୍ରନ’ ରଖିଥିଲେ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାଇପ୍ରସରେ ଡେଲଟାକ୍ରୋନରେ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାରିଆଣ୍ଟ କେତେ ମାରାତ୍ମକ ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ।

ସାଇପ୍ରସ୍ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ପ୍ରଫେସର ଲିଓନିଡିଓସ୍ କୋଷ୍ଟ୍ରିକ୍ସ  କହିଛନ୍ତି ଯେ ଏହି ଭାରିଆଣ୍ଟ ବିକ୍ଷୟରେ ଅଧିକ ଜାଣିବା ଆମେ ଜାଣିବା ପାଇଁ ଚେଷ୍ଟା ଜାରି ରଖିଛୁ।  ଏହି ଷ୍ଟ୍ରେନ୍ ଅଧିକ ପାଥୋଲୋଜିକାଲ୍ କିମ୍ବା ଅଧିକ ସଂକ୍ରାମକ ଏବଂ ଏହା ଅତୀତର ଦୁଇଟି ମୁଖ୍ୟ ଷ୍ଟ୍ରେନ୍ ଅପେକ୍ଷା ଅଧିକ ପ୍ରଭାବଶାଳୀ ହେବ କି ନାହିଁ  ତାହା ଆଉ କିଛି ଦିନ ମଧ୍ୟରେ ଜଣାପଡିବ।

 

Leave a comment