ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଡକ ଦୁର୍ଘଟଣାରେ ଓଏମସି ଭୂତତ୍ୱବିତଙ୍କ ପରଲୋକ 

ବାଲିଚନ୍ଦ୍ରପୁର/ବ୍ୟାସନଗର : ଶନିବାର ଏକ ସଡକ ଦୁର୍ଘଟଣାରେ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଶ୍ରୀନାଥ ଜେନାଙ୍କର ଏକମାତ୍ର ପୁତ୍ର ସୁପ୍ରତ୍ୟୁଷ ଜେନା(୨୭)ଙ୍କର ପରଲୋକ ଘଟିଛି। ସୁପ୍ରତ୍ୟୁଷ ଓଡିଶା ଖଣିନିଗମର ଭୂତତ୍ୱବିତ ଭାବେ କାର୍ଯ୍ୟ କରୁଥିଲେ। ଘଟଣାମୁତାବକ ସୁପ୍ରତ୍ୟୁଷ ସରକାରୀ କାର୍ଯ୍ୟରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଯାଇଥିବା ବେଳେ କଟିକଟା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନଡିଆସାହସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱର୍ଗତ ସୁପ୍ରତ୍ୟୁଷଙ୍କ ପିତା ବର୍ତମାନ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ମାତା ଓଡିଶା ଖଣି ନିଗମର ବରିଷ୍ଠ ଅର୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ୱର୍ଗତ ସୁପ୍ରତ୍ୟୁଷ ଜଣେ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବା ବେଳେ ତାଙ୍କର ଏପରି ଆକସ୍ମିକ ପରଲୋକ ସ୍ଥାନୀୟ ଲୋକଙ୍କର ସହଜରେ ବିଶ୍ୱାସ ହେଉନାହିଁ। ସୁପ୍ରତ୍ୟୁଷଙ୍କ ପରଲୋକ ଖବର ପାଇ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ,ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, କୈଳାସ ଚନ୍ଦ୍ର ନାୟକ, ସନ୍ଦୀପ୍ତ ରାୟଙ୍କ ସମେତ ପୁରା ସକାଳ ପରିବାର ସଦସ୍ୟ, ବିଶ୍ୱଜିତ ନାୟକ,ଶରତ ପଥାଳ,ସ୍ମରଜିତ ମହାନ୍ତି,ହାରାଧନ ବାନାର୍ଜି,ହର୍ଷବର୍ଦ୍ଧନ ବେହରା,ସୁବାସ ଧଳ, ମାଳଆନନ୍ଦପୁର ପଂଚାୟତର ପୂର୍ବତନ ସରପଂଚ ନାରାୟଣ ଚନ୍ଦ୍ର ଧଳ,ଅଶୋକ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Leave A Reply

Your email address will not be published.