ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁଭାରମ୍ଭ ହେଲା ଓଏମସିର ୨ଟି ଆଇଟି ସକ୍ଷମ ମଡ୍ୟୁଲ୍, ନିଯୁକ୍ତି ପାଇଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ

ଭୁବନେଶ୍ୱର : ଲୋକସେବା ଭବନରେ ଓଡ଼ିଶା ଖଣି ନିଗମର ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଗୋଟି ଆଇଟି ସକ୍ଷମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି । 5T  ଅଧିନରେ ଏହାର ଆରମ୍ଭ କରାଯାଇଛି । ନୂଆ କରି ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ଓଏମସିରେ ଯୋଗ ଦେଇଛନ୍ତି । ସ୍ୱଚ୍ଛତା ଓ ଦଳଗତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂତନ ଭାବେ ନିଯୁକ୍ତ ଜୁନିଅର କାର୍ଯ୍ୟନିର୍ବାହୀ ସହାୟକମାନଙ୍କୁ ସ୍ୱଚ୍ଛତା ଏବଂ ଦଳଗତ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ଓଡ଼ିଶା ଖଣି ନିଗମର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତିରିକ୍ତ ଭାବେ ୨ଟି ଆଇଟି ମଡ୍ୟୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ଓଏମସି ଦେଶର ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି ପିଏସୟୁ ହୋଇଥିବା ବେଳେ ଏହା ବାଣିଜ୍ୟିକ କରାବାରକୁ ଆହରୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ଗନ୍ଧମାର୍ଦ୍ଦନ ଲୁହା ପଥର ଖଣି ଟ୍ରାଫିକ୍ ଓ ସ୍ୱୟଂଚାଳିତ ପଥର ପଠାଇବା ପ୍ରକ୍ରିୟା ବୈଷୟିକ ସହାୟତାରେ ସମୟରେ ହଇପାରିବ । ଏହାଦ୍ୱାରା ବିକ୍ରି, ସୁରକ୍ଷା ମାନଙ୍କ ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟ ଗୋଟିଏ ଆଇଟି ମଡ୍ୟୁଲ୍ ଭିମ୍ସ (VIMS) ଓଏମସିର ଭେଣ୍ଡରଙ୍କୁ ଡିଜିଟାଲ୍ ଇନଭଏସ୍ ପ୍ରୋସେସିଂ ସହ ସମୟରେ ଦେୟ ପ୍ରଦାନରେ ସ୍ୱଚ୍ଛତା ଆଣିବ ।

ଏହି ଅବସରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି- ୧୯୫୬ ମସିହାରୁ ଓଏମସି ରାଜ୍ୟର ବିକାଶ ଦିଗରେ ଅଧିକ ସାହାଯ୍ୟ କରୁଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ  ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.