ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ : ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ ସମ୍ମାନ । ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ରାଜପୁତନା ରାଇଫଲ୍‌(୪)ରେ ସୁବେଦାର ଥିବା ନୀରଜ ଚୋପ୍ରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କାରରେ ସମ୍ମାନିତ କରିବେ ।


ନୀରଜଙ୍କ ବ୍ୟତିତ ପ୍ରତିରକ୍ଷା ବିଭାଗର ୩୮୪ ଜଣଙ୍କୁ ସେବା ପଦକ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ସନ୍ଧ୍ୟାରେ ସମସ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ପଦକ ମଧ୍ୟରେ ୧୨ଟି ଶୌର୍ଯ୍ୟ ଚକ୍ର, ୨୯ଟି ପରମ ବିଶିଷ୍ଟ ସେବା ମେଡାଲ, ୪ଟି ଉତ୍ତମ ଯୁଦ୍ଧମ ସେବା ପଦକ, ୫୩ ଟି ଅତି ବିଶିଷ୍ଟ ସେବା ପଦକ ଏବଂ ୧୩ଟି ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ । ଏହା ସହିତ ରାଷ୍ଟ୍ରପତି ୧୨୨ଟି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିବେ । ଏହା ମଧ୍ୟରୁ ୮୧ଟି ସେନା ମେଡାଲ ରହିଛି ।ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ଏହି ମେଡାଲ ବିଜେତା ମାନେ ।

Leave a comment