ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଆଖାଇ ନଦୀରେ ବୁଡି ବୃଦ୍ଧା ମୃତ 

ନନ୍ଦନକାନନ: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାରିମୁଣ୍ଡ ଗ୍ରାମର ଟିକେଇ ବାରିକ ନାମକ ଜଣେ ବୃଦ୍ଧା କୁଆଖାଇ ନଈରେ ବୁଡିଯାଇ ମୃତ୍ୟୁ ହୋଇଥିବା  ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସେ ବାରିମୁଣ୍ଡ ରାମଗଡ଼ ସାହିରେ ରୁହନ୍ତି ।

ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ରାମଗଡ଼ ସାହିସ୍ଥିତ କୁଆଖାଇ ନଈ ତୁଠକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ଅକସ୍ମାତ ନଈର ଗଭୀର ସୁଅ ମଧ୍ୟରେ ପଡି ବୁଡିଯାଇଥିଲେ। ସେପଟ ତୁଠରେ ଥିବା କିଛି ଲୋକ ଦେଖି ଡାକ ପକାଇଥିଲେ। ଡାକ ଶୁଣି ଲୋକେ ଟିକିଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବା ପରେ ଅଳ୍ପଦୂର ଆଗରେ ଥିବା ପାଣିଟାଙ୍କି ପାଖରେ ନଈରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେଠାରେ ଟିକିଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣା ପଡିଛି। ତାଙ୍କ ପୁଅ ପ୍ରଶାନ୍ତ ବାରିକ ଓ ଅନ୍ୟମାନେ ଡାକ୍ତରଖାନା ନେଇ ଯାଇଥିଲେ।

Leave A Reply

Your email address will not be published.