କରଦାଙ୍ଗି ଘୁରୁଡିଆ ନାଳରେ ବୁଡ଼ି ବୃଦ୍ଧା ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗୀ ଗ୍ରାମ ଘୁରୁଡ଼ିଆ ନାଳରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧା ଜଣକ ହେଲେ ସ୍ଥାନୀୟ ଖଜୁରିଆ ସାହିର କଳାବତି ବେହେରା(୬୫) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ କଳାବତି ଆଜି ୧୨ଟା ସମୟରେ ଗାଧୋଇବା ପାଇଁ ଯାଇଥିଲେ। କୌଣସି କାରଣ ବଶତଃ ସେ ଗଭୀର ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ।

Leave a comment