ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଳାହାଣ୍ଡି: ଶୌଚ ହେବାପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଲାଞ୍ଜିଗଡ଼ ଥାନା ନିୟମଗିରି ପାହାଡର ପାଦ ଦେଶର ଥିବା ଡେଙ୍ଗସରଗି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ରାଇ ମାଝୀ ।

ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧ ଜଣକ ହାତୀ ହାବୁଡରେ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ହାତୀ ଆକ୍ରମଣରେ ରାଇଙ୍କ ମୃତ୍ୟୁ ଘଟିଛି । ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.