ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରାହକଙ୍କୁ ମିଳିବ ଓଲା ଇ-ସ୍କୁଟରର ଟେଷ୍ଟ ରାଇଡ୍‌ ସୁବିଧା, ବୁକିଂ ଆଇଡି ଦେଇ ଉଠାଇ ପାରିବେ ଲାଭ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଓଲା ଏବେ ଟେଷ୍ଟ ରାଇଡ୍‌ର ସୁବିଧା ଆଣିଛି । ଯେଉଁମାନ ଓଲା ଇ-ସ୍କୁଟର କିଣିବା ପାଇଁ ବୁକିଂ କରିଛନ୍ତି। ସେମାନେ ନିଜର ବୁକିଂ ଆଇଡି ଦେଇ ଟେଷ୍ଟ ରାଇଡର ଲାଭ ଉଠାଇ ପାରିବେ। ଏହି ଲାଭ ଉଠାଇବା ପାଇଁ ଆପଣ https://www.testride.olaelectric.com/  ୱେବସାଇଟରକୁ ଯାଇ ପଞ୍ଜିକୃତ କରିପାରିବେ।

ଏହି ବୁକିଂର ସୁବିଧା ଦିଲ୍ଲୀ, ବାଙ୍ଗାଲୁର, କୋଚି, ଚେନ୍ନାଇ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଭୁବନେଶ୍ବର ଏବଂ ସୁରଥରେ ଆରମ୍ଭ ହୋଇଛି। ଟେଷ୍ଟ ରାଇଡ୍‌ ପାଇଁ ଦିଲ୍ଲୀ, ସୁରଥ ଓ ହାଇଦ୍ରାବଦର ସମସ୍ତ ସ୍ଲଟ ବୁକିଂ ସରିଛି। ପୁଣେ, ମୁମ୍ବାଇ, ଚେନ୍ନାଇ, କୋଚିରେ ଟେଷ୍ଟ ରାଇଡ୍‌ ପାଇଁ ୨୬ ତାରିଖ ଅର୍ଥାତ ଶୁକ୍ରାବର ଆଜି ରହିଛି। ବାଙ୍ଗାଲୁରରେ ଆସନ୍ତା  ଅର୍ଥାତ ୨୯ ତାରଖ ରହିଛି। ସେହିପରି ଓଡ଼ିଶାର ଭୁବନେଶ୍ବର ପାଇଁ ଟେଷ୍ଟ ରାଇଡ୍‌ର ତାରିଖ ୨୭ ( ଶନିବାର) ଓ ୨୮ ( ରବିବାର ) ରହିଛି।

Leave A Reply

Your email address will not be published.