ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ: ଆଦ୍ୟାଶା ମିଶ୍ର ଟପ୍ପର, ପୁଅଙ୍କୁ ପଛରେ ପକାଇ ଟପ- ୩ରେ ରହିଲେ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ। ପୁଅଙ୍କୁ ପଛରେ ପକାଇ ଟପ- ୩ରେ ଝିଅ ରହିଛନ୍ତି। ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ଜଣାପଡ଼ିଛି।

ସହିପରି ଚତୁର୍ଥ ସ୍ଥାନରେ ବିଭୁ ପ୍ରସାଦ ନାୟକ, ପଞ୍ଚମ- ସୁସ୍ମିତା ରଥ , ପଷ୍ଠ- ରାଜଲକ୍ଷ୍ମୀ ମହାନ୍ତି, ସପ୍ତମ- ରାଜେଶ ମିଶ୍ର,  ୮ମ- ସୁସ୍ମିତା ମିଶ୍ର, ୯ମ- ଶୀତେଶ ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ରହିଛନ୍ତି।

Leave A Reply

Your email address will not be published.