ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନରେ ଓଜେଇଇ ପରୀକ୍ଷା, ଆଜିଠୁ ଆରମ୍ଭ ହେଲା ଆବେଦନ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆଗାମୀ ଜୁନ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ଆଜିଠାରୁ ଆସନ୍ତା ୧୩ ଏପ୍ରିଲ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀ ମାନେ www.ojee.nic.in ଓ୍ବେବସାଇଟରେ ଆବେଦନ କରିପାରିବେ। ଓଜେଇଇ ପରୀକ୍ଷା ସିବିଟି ବା କମ୍ପୁଟର ବେସଡ ମୋଡ଼ ରେ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆର୍କିଟେକ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.