ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ଦିନ ସାଢ଼େ ୧୧ଟା’ରେ ପ୍ରକାଶ ପାଇବ ଓଜେଇଇ ୨୦୨୨ ରେଜଲ୍ଟ

ଭୁବନେଶ୍ବର : ଆସନ୍ତାକାଲି (ବୁଧବାର) ପ୍ରକାଶ ପାଇବ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷା ରେଜଲ୍ଟ। ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ। ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ । ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଓଜେଇଇ ପାଇଁ ରାଜ୍ୟର ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ହଜାର ୯୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ।

Leave A Reply

Your email address will not be published.