ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀକୁ ଖସିଲା ତେଲ ବୋଝେଇ ଟ୍ୟାଙ୍କର, ୪ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ବ୍ରିଜ ନିକଟରେ ଗତକାଲି ରାତି ସାଢ଼େ ୨ଟା ସମୟରେ ଏକ ଦୁର୍ଘଟଣା ଘଟିଛି । ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ତଳକୁ ଖସି ପଡ଼ି ବ୍ଲାଷ୍ଟ ହୋଇଯାଇଛି । ଟ୍ୟାଙ୍କରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ମହଜୁଦ ଥିବା ବେଳେ ମୃତ ବ୍ୟକ୍ତିମାନେ ସାନପଣ୍ଡୁସର ଗ୍ରାମର ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.