ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରିପଦାରେ ହେବ ରାଜ୍ୟର ଦ୍ୱିତୀୟ ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଶିଶୁ ଉଦ୍ୟାନ

ବାରିପଦା : ବାରିପଦାରେ ହେବ ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଶିଶୁ ଉଦ୍ୟାନ। ରାଜ୍ୟ ଅଗ୍ନିଶମ ମହାନିର୍ଦେଶକଙ୍କ ପତ୍ର ସଂଖ୍ୟା ୪୨୦୭ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ସହିତ ୧୯.୭୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପୂର୍ତ୍ତ(ରାସ୍ତା ଓ ଗୃହ) ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶୁକ୍ରବାର ଠାରୁ ଏହାର ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଶିଶୁ ଉଦ୍ୟାନ ପରେ ବାରିପଦା ଉଦ୍ୟାନ ରାଜ୍ୟର ଦ୍ୱିତୀୟ ଉଦ୍ୟାନ ହେବ। ଏହାର ନିର୍ମାଣ ଶେଷ ହେବା ପରେ ଉତ୍ତର ଓଡ଼ିଶାର ୩ଟି ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଳାର ଶିଶୁମାନେ ଉପକୃତ ହେବେ।

୧୯୫୬ ମସିହାରେ ବାରିପଦା ବେଲଗଡ଼ିଆ ଠାରେ ପ୍ରତିଷ୍ଠିତ ହୋଇଥିଲା ଦମକଳକେନ୍ଦ୍ର। ମୟୂରଭଞ୍ଜ ମହାରାଜାଙ୍କର ରାଜସ୍ୱ କାର୍ଯ୍ୟାଳୟରେ ଏହା କାର୍ଯ୍ୟକରିବା ଆରମ୍ଭ କରିଥିବା ବେଳେ ପାଶ୍ୱର୍ରେ ଥିବା ଘୋଡ଼ାଶାଳ ଗୃହ କର୍ମଚାରୀଙ୍କ ବାସଭବନ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଦୀର୍ଘ ୬୫ବର୍ଷ ଧରି ଏଠାରେ ଜିଲ୍ଲା ସଦର ମହକୁମାର ଜରୁରୀ ବ୍ୟବସ୍ଥା ଚାଲିଥିବା ବେଳେ ନବନିର୍ମିତ କୋଠା ନିର୍ମାଣ ପରେ ୨୦୨୧ମସିହାରେ ଅଗ୍ନିଶମ ଜିଲ୍ଳା କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତର ହୋଇଛି। ନୂତନ କୋଠା ଉଦଘାଟନ ସମୟରେ ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଅଗ୍ନିଶମ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ପୁରଣା ରାଜାରାଜୁଡ଼ା ଅମଳର କୋଠର ସଂରକ୍ଷଣ ସହିତ ଏକ ଅଗ୍ନିଶମ ମ୍ୟୁଜିୟମ ବା ଉଦ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ। ସେ ଏଥିରେ ରାଜି ହେବା ସହିତ ବାରିପଦା ସହିତ ବ୍ରହ୍ମପୁର ଓ ସମ୍ବଲପୁର ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରେ ସମାନ ଉଦ୍ୟାନ ନିର୍ମାଣ ପାଇଁ ଓସଡମାକୁ ପ୍ରସ୍ତାବ ଦେଇଥିଲେ।

ତଦନୁଯାୟୀ ୩ଟି ସ୍ଥାନରେ ପ୍ରସ୍ତୁତି ହୋଇଥିଲା। ତେବେ ଜୁନ ମାସ ୧୦ତାରିଖରେ ଅନୁଧ୍ୟାନ କାର୍ଯ୍ୟକ୍ରମରେ ବାରିପଦାରେ ନିର୍ମାଣ ପ୍ରସ୍ତୁତି ସନ୍ତୋଷ ଜନକ ହୋଇଥିବାରୁ ପ୍ରଥମେ ମଞ୍ଜୁରୀ ମିଳିଛି। ତଦନୁଯାୟୀ ପୁରୁଣା କୋଠାର ପୁନରୁଦ୍ଧାର କାର୍ଯ୍ୟ ସହିତ କାର୍ଯ୍ୟାଳୟ ପରିସରର ନିର୍ମାଣସ୍ଥଳୀ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ପରିଦର୍ଶନ ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଶିଶୁ ଉଦ୍ୟାନ ଦ୍ୱାରା ଶିଶୁମାନେ ଭ୍ରମଣରେ ଆସି ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଜ୍ଞାନ ଆହରଣ କରିବେ। ବିପତ୍ତି ସମୟରେ ନିଜକୁ ତଥା ଅନ୍ୟଙ୍କୁ ରକ୍ଷା କରିବା ସମ୍ପର୍କରେ ଜାଣିବା ସହିତ ପୁରାତନ ଓ ଅତ୍ୟାଧୁନିକ ଯନ୍ତ୍ରାଂଶ/ଯାନ ଓ ଉପକରଣ ବୁଲି ଦେଖି ପାରିବେ। ତତସହିତ ନିଜେନିଜେ ଅଭ୍ୟାସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ ବୋଲି ଶ୍ରୀ ଦେ କହିଛନ୍ତି।

Leave A Reply

Your email address will not be published.