ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ, ସୁପ୍ରିମକୋର୍ଟରେ ଖାରଜ ହେଲା ଆନ୍ଧ୍ରର ପିଟିସନ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟରେ ଓଡ଼ିଶାକୁ ବଡ଼ ସଫଳତା । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ଥି କଲା ଭଳି ସଫଳତା ମିଳିଛି । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିଲା ରିଟ୍‌ ପିଟିସନ୍‌ । ଯାହାକୁ ନେଇ ସୁପ୍ରିମ୍‌କୋର୍ଟ ଆନ୍ଧ୍ରକୁ ଶକ୍ତ ଝଟ୍‌କା ଦେଇଛନ୍ତି । କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ ।ଏଥର କୋଟିଆରେ ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଛି ଓଡ଼ିଶା । ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆନ୍ଧ୍ର । ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ପାଇଁ ଆନ୍ଧ୍ର ଅପିଲ୍ କରିଥିଲା । ଯାହାକୁ ଆଜି ଖାରଜ କରିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ।

ଏହା ସହିତ କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ପିଟିସନରେ ଅପିଲ୍ ହୋଇଥିଲା । ଆନ୍ଧ୍ରର ପିଟିସନର କଡ଼ା ଜବାବ ଦେଇଥିଲା ଓଡ଼ିଶା । କୋଟିଆ ଓଡ଼ିଶାର ଏବଂ ଓଡ଼ିଶା ଏଥର ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଥିବା କୋର୍ଟଙ୍କୁ ଜଣାଇଥିଲା । ଉଭୟପକ୍ଷକୁ ଶୁଣିବା ପରେ ଆନ୍ଧ୍ରର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ବଡ଼ ଝଟକା ମିଳିଛି । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ବାରମ୍ବାର କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି । ଓଡ଼ିଶା ସରକାର କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନର ଫୋକସରେ ରହିଛି କୋଟିଆର ବିକାଶ । ତଥାପି ଆନ୍ଧ୍ର ତା’ର ବିସ୍ତାରବାଦୀ ନୀତିକୁ ଛାଡ଼ି ପାରୁନି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଆନ୍ଧ୍ର ମଧ୍ୟ କାେଟିଆରେ ଜୋରଜବରଦସ୍ତି ନିର୍ବାଚନ କରାଇଥିଲା । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିଲା ଓଡ଼ିଶା । ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ଥିତାବସ୍ଥା ଜାରି ରଖିବା ପାଇଁ ମାମଲା ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଥିଲେ । ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଥିଲା ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ । ଆନ୍ଧ୍ର ବିରୋଧରେ କାହିଁକି ଅବମାନନା ମାମଲା ରୁଜୁ ହୋଇଛି ସେନେଇ ଓଡ଼ିଶା ବସ୍ତୃତ ତଥ୍ୟ ରଖିଥିଲା ।

Leave A Reply

Your email address will not be published.