ଦେଶରେ ପ୍ରଥମ ରାଜ୍ୟ ଭାବେ କିନ୍ନରମାନଙ୍କ ପାଇଁ ସମାନ ସୁଯୋଗ ନୀତି ଲାଗୁ କଲା ଓଡ଼ିଶା

ଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ କିନ୍ନରଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇଥିଲେ ରାଜ୍ୟ ସରକାର । କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାନ ସୁଯୋଗ ନୀତି ଜାରି ହେବ। ସେମାନଙ୍କ ପାଇଁ ପରାମର୍ଶଦାତା ପରିଷଦ ଗଠନ ହେବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ବୋଲି ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ସମନ୍ବୀତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଶ୍ରବଣ ଶକ୍ତି ବାଧିତ, ଦୃଷ୍ଟି ବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନରମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ଲକ ବ୍ୟବସ୍ଥା କରାଯିବ। ସେହିପରି ଟ୍ରାନ୍ସଜେଣ୍ଡର ଆଡଭାଇଜରି କାଉନସିଲ ଗଠନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ରାଜ୍ୟରେ କିନ୍ନରମାନଙ୍କୁ ସମାନତା ଅଧିକାର ମିଳିବା ନେଇ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ନୀତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯାହାକୁ କିନ୍ନର ସମାଜ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରୀକୁ ଅପେକ୍ଷା କରିଛନ୍ତି ।
ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ଜାରି କରାଯାଇଛି । କିନ୍ନରମାନଙ୍କୁ ଅଧିକାର ସୁରକ୍ଷା ନିୟମ ମୁତାବକ ଚାକିରି ବା ଯେକୌଣସି କ୍ଷେତ୍ରରେ ନିରାପଦ ପରିବେଶ ଯୋଗାଇବା ପାଇଁ ପ୍ରତ୍ୟେକ ପ୍ରତିଷ୍ଠାନ ସମସ୍ତ ପଦକ୍ଷେପ ପାଳନ କରିବେ। ଭିତ୍ତିଭୂମିରେ ସଂଶୋଧନ ସହ ନିଯୁକ୍ତି, ରୋଜଗାର ସୁବିଧା, ପଦୋନ୍ନତି ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସମାନ ସୁଯୋଗ ଦିଆଯିବ। ସେମାନଙ୍କ ପ୍ରତି ଯେପରି କୌଣସି ଭେଦଭାବ ନ ହେବ ସେଥିଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ୨୫ରୁ ୩୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଯାଉଥିବା ସମନ୍ବୀତ ଭିତ୍ତିଭୂମି କମ୍ପ୍ଲେକ୍ସ ରେ ଶ୍ରବଣ ଶକ୍ତି ବାଧିତ, ଦୃଷ୍ଟି ବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନର ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ଲକ୍ ବ୍ୟବସ୍ଥା କରାଯିବ । ସେହିପରି ଖୁବଶୀଘ୍ର ରାଜ୍ୟରେ ଟ୍ରାନ୍ସଜେଣ୍ଡର ଆଡ଼ଭାଇଜରି କାଉନସିଲ ଗଠନ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ତୃତୀୟ ଲିଙ୍ଗୀମାନଙ୍କୁ ସମସ୍କନ୍ଧ କରିବା, ସମାଜରେ ତାଙ୍କର ପରିଚୟ ସୃଷ୍ଟି କରିବା ଓ ସମସ୍ତଙ୍କ ଭଳି ସେମାନେ ବି ସାଧାରଣ ଜୀବନ ଶୈଳୀ ରହିବ ସେଥିପାଇଁ ଏ ନିୟମ ଲାଗୁ କରାଯାଇଛି। ସେମାନେ ବିଭିନ୍ନକୁ କାର୍ଯ୍ୟ ଓ ପ୍ରଥାରୁ ଓହରି କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ରାଜ୍ୟ ସରକାର ସଦା ଚେଷ୍ଟିତ,” କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ବୋଲି ଅଶୋକ ଚନ୍ଦ୍ର ପଣ୍ଡା।
ତେବେ ସଂସଦରେ ୨୦୧୯ରେ ପାରିତ ହୋଇଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଯାଇ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଏପରି ପଦକ୍ଷେପ ନିଆଯାଉଛି । ବିଭିନ୍ନ କ୍ଷେତ୍ର ଯଥା ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଭଳି କାର୍ଯ୍ୟରେ ନିୟୋଜିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ସେପଟେ କିନ୍ନରଙ୍କୁ ୨୦୧୪ ମସିହାରେ ତୃତୀୟ ଲିଙ୍ଗର ମାନ୍ୟତା ମିଳିବା ପର ଠାରୁ ରାଜ୍ୟ ସରକାର କିନ୍ନରଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ଏସିଆ ମହାଦେଶରେ ଓଡିଶା ପ୍ରଥମ ରାଜ୍ୟ ଓ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି କିନ୍ନର ସଂଘ।