ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଂଶୁଘାତ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ, ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ  ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ କରାଯିବ। ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା। ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲା କରିହେବ ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ମାର୍ଚ୍ଚରୁ ଜୁନ ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ରାଜ୍ଯବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଜୁଳି ସମସ୍ୟା ରୋକିବାକୁ ମଧ୍ୟ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନ କରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସହିତ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଆଗକୁ ଖରା ବଢିବାକୁ ଥିବାରୁ ଶ୍ରମିକମାନଙ୍କୁ ସଚେତନ ରହିବାରୁ ଏସଆରସି ପରାମର୍ଶ ଦେଇଛନ୍ତି। ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରାଯିବ । ସେଠାରେ ଏୟାରକୁଲରଠାରୁ ଆରମ୍ଭ କରି ଓଆରଏସ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।

Leave A Reply

Your email address will not be published.