ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯକ୍ଷ୍ମା ରୋଗ ନିରାକରଣରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଯକ୍ଷ୍ମା ରୋଗ ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା । ଯକ୍ଷ୍ମା ରୋଗ ନିରାକରଣରେ ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏନେଇ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ।

କିଛିଦିନ ତଳେ ଟିବି ଦିବସରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଓଡ଼ିଶା ଟିବି ଭଳି ମାରାତ୍ମକ ସଂକ୍ରମଣ ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଲଗାତାର କିଛି ବର୍ଷ ହେବ ଯକ୍ଷ୍ମା ନିୟନ୍ତ୍ରଣରେ ସମଗ୍ର ଦେଶରେ ଓଡ଼ିଶା ସଫଳତା ହାସଲ କରି ଚାଲିଛି । ପୂର୍ବରୁ ମଧ୍ୟ ଓଡ଼ିଶା ଦ୍ବିତୀୟ ଓ ତୃତୀରେ ରହିଥିଲା । ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.