ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା: ସ୍କୁଲ ଶିକ୍ଷାରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା। ସ୍କୁଲ ଶିକ୍ଷାରେ ଦେଶରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପିଜିଆଇ ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ପରି ୫ଟି ବିଷୟ ଆଧାରରେ ଏହି ମୂଲ୍ୟାୟନ କରାଯାଇଥିଲା । ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶରେ ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ସ୍ଥିତିକୁ ସୁଦୃଢ଼ କରିଛି ।

ପିଜିଆଇ ୨୦୨୦-୨୧ରେ ଏକ ହଜାର ପଏଣ୍ଟରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ ସ୍କୋର କରି ଲେବୁଲ ୩ରେ ରହିଛି । ରାଜ୍ୟର ପ୍ରଗତିଶୀଳ ନୀତି ସହ ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, କୋଭିଡ୍ ମହାମାରୀ ସମୟରେ ଅନଲାଇନ୍ ଶିକ୍ଷା କାର୍ୟ୍ୟକ୍ରମ, ଫାଇଭ୍-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ଯକ୍ରମ ଅଧୀନରେ ହୋଇଥିବା ସ୍କୁଲ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନା ସଠିକ କାର୍ଯ୍ଯକାରିତା ଦ୍ବାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ଫଳରେ ମାତ୍ର ୪ ବର୍ଷ ମଧ୍ୟରେ ଲେବୁଲ ୬ରୁ ଲେବୁଲ୍ ୩କୁ ଉନ୍ନୀତ ହୋଇପାରିଛି ।

Leave A Reply

Your email address will not be published.