ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ : ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେଉଁ ତାରିଖରେ କ’ଣ ହେବ, ଜାଣନ୍ତୁ ବିସ୍ତୃତ ସୂଚନା

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥି ସହିତ ଆଜିଠାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେତେ ତାରିଖରେ କଣ ହେବ ……

  • ଜାନୁଆରୀ ୧୧ : ନିର୍ବାଚନ ନେଇ ହେଲା ତାରିଖ ଘୋଷଣା
  • ଜାନୁଆରୀ ୧୩ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
  • ଜାନୁଆରୀ ୧୭ ରୁ ୨୧ : ମନୋନୟନ ପତ୍ର ଦାଖଲ(ପ୍ରାର୍ଥୀ ପତ୍ର ଦାଖଲ)
  • ଜାନୁଆରୀ ୨୨ : ମନୋନୟନ ପତ୍ର ଯାଞ୍ଚ
  • ଜାନୁଆରୀ ୨୫ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ
  • ଜାନୁଆରୀ ୨୫ : ପ୍ରାର୍ଥୀମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ

୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

  • ଫେବୃଆରୀ ୧୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୧୮ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୦ : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୨ : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୪ : ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ

୩ଟି ପର୍ଯ୍ୟାୟରେ ହେବ ଗଣତି ଓ ଫଳାଫଳ ପ୍ରକାଶ

  1. ଫେବୃଆରୀ ୨୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
  2. ଫେବୃଆରୀ ୨୭ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
  3. ଫେବୃଆରୀ ୨୮ : ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ

ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ

(ପରୋକ୍ଷ ନିର୍ବାଚନ)

  • ମାର୍ଚ୍ଚ ୧୧ : ନାଏବ ସରପଞ୍ଚ ନିର୍ବାଚନ
  • ମାର୍ଚ୍ଚ ୧୨ : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
  • ମାର୍ଚ୍ଚ ୧୩ : ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
  • ମାର୍ଚ୍ଚ ୨୩ : ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ
  • ମାର୍ଚ୍ଚ ୨୫ : ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ
Leave A Reply

Your email address will not be published.