ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାୟିତ୍ବ ନେଲେ ନୂଆ ପୁଲିସ ଡିଜି ସୁନୀଲ ବଂଶଲ

କଟକ : ଓଡ଼ିଶାର ନୂତନ ଡିଜିପି ଭାବେ ଦାୟିତ୍ଵ ଗ୍ରହଣ କଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନିଲ କୁମାର ବଂସଲ । କଟକ ସ୍ଥିତ ଓଡ଼ିଶା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ସୁନିଲ ବଂଶଲ । ଆଜି ରାଜ୍ୟର ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗଦେବେ ନୂଆ ପୁଲିସ ଡିଜି ସୁନିଲ କୁମାର ବଂସଲ ।

ରାଜ୍ୟର ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ ପରେ ନୂଆ ପୁଲିସ ଡିଜି ଗଣାମଧ୍ୟମକୁ ତାଙ୍କର ବାର୍ତ୍ତା ଦେଇ କହିଛନ୍ତି ଯେ,ଓଡିଶା ପୁଲିସର ସଫଳତାକୁ ଆଗକୁ ଵଢାଇଵି। ବିପର୍ଯ୍ୟୟ ମୁକାଵିଲାରେ ପୁଲିସର ଭୂମିକାକୁ ଆହୁରି ଦୃଢ କରାଯିବ। ସେଵା ସହ ସୁରକ୍ଷା ଯୋଗାଇବା ମୋର ପ୍ରାଥମିକତା ରହିବ। ରାଜ୍ୟରେ ସଫଳ ଭାବେ ମାଓ ମୁକାବିଲା ହେଉଛି ଆଗକୁ ମଧ୍ୟ ମାଓ ମୁକାଵିଲା ପାଇଁ ଅନ୍ୟ ରାଜ୍ୟ ସହ ସମନ୍ବୟ ରଖି କାମ କରାଯିବ। ଏଥି ସହିତ ରାଜ୍ୟରେ ବର୍ତ୍ତମାନ ସାଇବର ଅପରାଧ ବୃଦ୍ଧି ପାଇଛି ତାହାର ନିୟନ୍ତ୍ରଣ ପାଇଁ ଦୃଢ ପଦକ୍ଷେପ ନିଆଯିବ।

ନୂଆ ପୁଲିସ ଡିଜି ସୁନିଲ କୁମାର ବଂସଲ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ରାଜ୍ୟର ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ଏହି ନିର୍ବାଚନକୁ କିପରି ମୁକ୍ତ ଓ ଅବାଧ କରାଯିବ ତାହା ପ୍ରାଥମିକତା ଦିଆଯିବ। ଏଥି ସହିତ ଶିଶୁ ଓ ମହିଳାଙ୍କ ଵିରୋଧରେ ହେଉଥିବା ଅପରାଧ ନିୟନ୍ତ୍ରଣ କରାଯିବ। ମୋ ସରକାର ସ୍କିମକୁ ଲାଗୁ କରାଇବା ପାଇଁ ପୁରା ପ୍ରୟାସ ରହିବ। ଆମର ଯେତିକି ସମ୍ବଳ ଅଛି ସେଥିରେ ଆଇନ ଶୃଙ୍ଖଳା ଓ ତଦନ୍ତ ଏକାସାଙ୍ଗରେ ଚାଲିପାରିବ। ରାଜ୍ୟ ସରକାରଙ୍କ ପାଇଭ -ଟି(୫ଟି) ଫର୍ମୁଲା ପୁଲିସ ଵିଭାଗରେ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଲୋକଙ୍କୁ ତ୍ବରିତ ସେବା ଓ ସୁରକ୍ଷା ଯୋଗାଇବା ପୁଲିସ ବିଭାଗର ପ୍ରାଥମିକତା ରହିବ।

ପୁଲିସ ଡିଜିପି ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ଆଇବିର ସ୍ଵତ୍ତନ୍ତ୍ର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ଦାୟିତ୍ବ ଗ୍ରହଣ ର୍ପୂବରୁ ଗତକାଲି(ଗୁରୁବାର) ରାତିରୁ ଓଡିଶାରେ ପହଞ୍ଚି ସାରିଥିଲେ ବଂଶଲ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପାଛୋଟି ନେଇଥିଲେ ବରିଷ୍ଠ ପୁଲିସ ଅଧିକାରୀ। ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର।୧୯୮୭ ବ୍ୟାଚ୍‌ର ଆଇପିଏସ୍ ସୁନୀଲ ବଂଶଲ ପୂର୍ବରୁ ମଧ୍ୟ ଓଡ଼ିଶା ପୁଲିସରେ କାମ କରିଛନ୍ତି। ୧୯୮୮ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ହୋଇଥିଲେ ସୁନୀଲ ବଂସଲ। ଏହାପରେ ମୟୂରଭଂଜ ଏସପି ଭାବେ କାର୍ଯ୍ୟ କରିଥିଲେ ସୁନୀଲ ବଂଶଲ। ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଦୀର୍ଘ ୨୭ ବର୍ଷ ପରେ ପୁଣି ଓଡିଶା ଫେରିବା ସହିତ ପୁଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଛନ୍ତି।

ସୁନୀଲ ବଂଶଲ ୨୭ ବର୍ଷ ପରେ ଓଡିଶା ଫେରି ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାଓବାଦୀ ମୁକାବିଲା ଇତ୍ୟାଦି ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ଆଗରେ ପଂଚାୟତ ନିର୍ବାଚନ ସୁପରିଚାଳନା, ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଡ୍ରଗ୍ସ କାରବାର ଉପରେ ରୋକ ଭଳି ଅନେକ ଆହ୍ୱାନ ସାମ୍ନାକରିବେ ନବନିଯୁକ୍ତ ଡିଜି ସୁନୀଲ ବଂଶଲ।

Leave A Reply

Your email address will not be published.