ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଟ୍‍ ୟୁଜି କାଉନ୍‍ସେଲିଂ: ଆଜି ପ୍ରକାଶ ପାଇବ ପ୍ରୋଭିଜିନାଲ୍‍ ମେଧା ତାଲିକା

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ନାମଲେଖା ପାଇଁ ୧୮ ତାରିଖ ପଞ୍ଜୀକରଣ ଶେଷ ହୋଇଥିବାବେଳେ ଆଜି ଅପରାହ୍ଣ ୫ଟାରେ ପ୍ରୋଭିଜିନାଲ୍‍ ମେଧା ତାଲିକା ପ୍ରକାଶ ପାଇବ। କାଉନସେଲିଂ ପାଇଁ ଅନଲାଇନ୍‍ ଜରିଆରେ ପାଖାପାଖି ୪ ହଜାର ୫ଶହ ପିଲା ଆବେଦନ କରିଛନ୍ତି। ନିଟ୍‍ ୟୁଜି ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିବା ରାଜ୍ୟର ଛାତ୍ରଛାତ୍ରୀ ୨୦ ତାରିଖ ମଧ୍ୟରେ ନିଜର ଚୂଡ଼ାନ୍ତ ତଥ୍ୟ ଅପ୍‍ଲୋଡ କରିଛନ୍ତି।

୨୪ ତାରିଖ ଅର୍ଥାତ ଆଜି ଅପରାହ୍ଣ ୫ଟାରେ ପ୍ରୋଭିଜିନାଲ୍‍ ମେଧା ତାଲିକା ପ୍ରକାଶ ପାଇବ। ୨୫ ଓ ୨୬ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କର ଅଭିଯୋଗ ସମ୍ପର୍କରେ ଓଜେଇଇକୁ ଜଣାଇବେ। ସେହିପରି ୨୭ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ସମ୍ପର୍କିର୍ତ ସମସ୍ତ ତଥ୍ୟ ବିଭାଗର ୱେବ୍‍ ସାଇଟ୍‍ www.ojee.nic.in ମାଧ୍ୟମରେ ଛାତ୍ରଛାତ୍ରୀ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.