ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ପ୍ରଶଂସାରେ ଶତମୁଖ କେନ୍ଦ୍ର ଖଣି ସଚିବ, ଖଣି ପରିଚାଳନାରେ ଓଡ଼ିଶା ଦେଶର ମଡେଲ୍‌

ଭୁବନେଶ୍ବର : ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ଆସୁଛି। ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି। ଖଣି କ୍ଷେତ୍ରରେ ପରିଚାଳନା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ। କେନ୍ଦ୍ରର ପରିବର୍ତ୍ତିତ ଖଣି ଆଇନ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ଦେଶରେ ଏକ ଆଗୁଆ ରାଜ୍ୟ। ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ଏକ ସର୍ବଶ୍ରେଷ୍ଠ ଉଦାହରଣ। କେନ୍ଦ୍ର ସରକାର ପୂର୍ବରୁ ଏହାକୁ ସ୍ବୀକାର କରିଛନ୍ତି ଏବଂ କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ବାଜ ମୁକ୍ତକଣ୍ଠରେ ଏହା ଘୋଷଣା କରିଛନ୍ତି।

ବେଙ୍ଗଲ ଚାମ୍ବର ଅଫ୍‌ କର୍ମସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ବିସିସିଆଇ) ପକ୍ଷରୁ ଶୁକ୍ରବାର ଏଠାରେ ଅନୁଷ୍ଠିତ ବେଙ୍ଗଲ ମିନେରାଲ, ମାଇନିଂ ଏବଂ ମେଟାଲ କନ୍‌କ୍ଲେଭ୍‌ରେ ଯୋଗଦେଇ ଶ୍ରୀ ଭରଦ୍ୱାଜ କହିଛନ୍ତି ଯେ, ଖଣିଜ ସାମଗ୍ରୀର ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ରାଜ୍ୟଗୁଡିକ ମଧ୍ୟରେ ଆଗରେ। ୭-୮ ବର୍ଷ ପୂର୍ବେ ଓଡ଼ିଶା ଖଣି କ୍ଷେତ୍ରରୁ ୫ ହଜାର କୋଟି ଟଙ୍କାର ରାଜସ୍ବ ପାଉଥିବାବେଳେ ଗତ ବର୍ଷ ଏହା ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ମାତ୍ର ୮ ବର୍ଷ ମଧ୍ୟରେ ରାଜ୍ୟର ଖଣି ରାଜସ୍ବ ୧୦ ଗୁଣ ବୃଦ୍ଧି ଘଟିଛି। କାରଣ ଗତ ବର୍ଷ ସାରା ଦେଶରେ କ୍ରୋମାଇଟ, ବକ୍ସାଇଟ, ଲୁହାପଥର ଏବଂ କୋଇଲା ଉତ୍ପାଦନ ଜରିଆରେ ଏହାର ଶ୍ରେଷ୍ଠତ୍ବ ଦେଖାଇସାରିଥିବା ଖଣି ସଚିବ କହିଛନ୍ତି।

ଦେଶରେ ଆଗାମୀ ଦିନରେ ୫୦୦ ଖଣିଜ ବ୍ଲକର ନିଲାମ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ସେଥିମଧ୍ୟରୁ ଚଳିତବର୍ଷ ୨୦୦ଟି ଖଣିଜ ବ୍ଲକର ନିଲାମ ହେବାକୁ ଥିବାବେଳେ ଆସନ୍ତା ବର୍ଷ ୨୦୦ଟି ଖଣିକୁ ନିଲାମ ପାଇଁ ରଖାଯିବ। କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ୍‌ରେ ସମ୍ବୋଧିତ କରି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଖଣି ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଓଡ଼ିଶା ଦେଶରେ ଏକ ଆଗୁଆ ରାଜ୍ୟ ହୋଇଛି। ଖଣି ନିଲାମ,ଖଣିଜ ଦ୍ରବ୍ୟର ସର୍ଭେ, ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ଖଣିଜ ପାଣ୍ଠିର ବ୍ୟବହାର ପାଇଁ କେନ୍ଦ୍ରର ପରିବର୍ତ୍ତିତ ଖଣି ଆଇନ କାର୍ଯ୍ୟକାରୀ କରିବାରେ ମଧ୍ୟ ଓଡିଶା ଅନ୍ୟ ରାଜ୍ୟଙ୍କଠାରୁ ଖୁବ ଆଗରେ ରହିଛି।

ସଠିକ୍‌ ସମୟରେ ଖଣିଜ ବ୍ଲକ୍‌ର ନିଲାମ ଏବଂ ଖଣି ଲିଜ୍‌ର କାର୍ଯ୍ୟକାରିତା ରାଜ୍ୟର ଖଣି ରାଜସ୍ବ ଅଭିବୃଦ୍ଧିର ମୁଖ୍ୟ କାରଣ। ଏଥିପାଇଁ ଓଡ଼ିଶାକୁ ମିଳିଛି ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର। ନୂଆ ଲଘୁ ଖଣିଜ ସାମଗ୍ରୀ ଉତ୍ସର ଅନ୍ବେଷଣ ପାଇଁ ଓଡ଼ିଶା ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳସ୍ବରୂପ ଗତ ଆର୍ଥିକବର୍ଷରେ ଲଘୁ ଖଣିଜ ସାମଗ୍ରୀରୁ ୬୮୦ କୋଟି ଟଙ୍କାର ରାଜସ୍ବ ମିଳିଛି। ତେବେ ଉପଯୁକ୍ତ ଟେକ୍ନୋଲୋଜିର ଅଭାବ ଯୋଗୁ ଦେଶରେ ନିମ୍ନ ଗ୍ରେଡର ଖଣିଜ ସାମଗ୍ରୀଗୁଡିକର ଉପଯୋଗ ହୋଇପାରୁନାହିଁ, ଯାହାକି ଖଣିଜ ଶିଳ୍ପ ଆଗରେ ବର୍ତ୍ତମାନ ଏକ ବଡ଼ ଆହ୍ବାନ ବୋଲି ଖଣି ମନ୍ତ୍ରୀ କହିଛନ୍ତି। ଏହି ନିମ୍ନ ଗ୍ରେଡର ଖଣିଜ ସାମଗ୍ରୀଗୁଡିକୁ ବ୍ୟବହାର କରି ଆମେ ପରିବଶେକୁ ସୁରକ୍ଷିତ ରଖୀବା ସହ ତାହାର ଉଚିତ ଉପଯୋଗ କରିପାରିବା ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସମ୍ମାନୀତ ଅତିଥି ଭାବେ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭର୍ଚୁଆଲ୍‌ ମୋଡ୍‌ରେ ସମ୍ବୋଧିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର,ବିସିସିଆଇର ଅଧ୍ୟକ୍ଷ ତୁହିନ୍‌ କୁମାର ମୁଖାର୍ଜୀ, ଟାଟା ଷ୍ଟିଲ୍‌ ମାଇନିଂର ଏମ୍‌ଡି ପଙ୍କଜ୍‌ ସତୀଜା, ଆର୍‌ଆଇଏଏଲ୍‌ର ସିଏମ୍‌ଡି ଅତୁଲ୍‌ ଭଟ୍ଟ, ଜେଏସ୍‌ଡବ୍ଲ୍ୟୁର ସିଓଓ(ମାଇନିଂ) ସୌଭିକ୍‌ ମଜୁମ୍‌ଦାର ପ୍ରମୁଖ ଉପସ୍ଥସ୍ଥିତ ଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତର ସଭାପତି (ଓଡ଼ିଶା ଓ ଛତିଶଗଡ଼) ଡ. ତପନ କୁମାର ଚାନ୍ଦ ଯୋଗଦେଇଥିଲେ।

Leave A Reply

Your email address will not be published.