ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା ରେଜଲ୍ଟ : ପାସ୍ ହାର ୯୨.୪୭ ପ୍ରତିଶତ

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବି, ମାହିର, ଆଲିମ୍ ଓ ଫାଜିଲ୍ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମଦ୍ରାସା ବୋର୍ଡରେ ସର୍ବମୋଟ ପାସ୍ ହାର ୯୨.୪୭ ପ୍ରତିଶିତ ରହିଛିା ମୌଲ ବି (ଏଚ୍ଏସ୍‌ସି)ରେ ୨୯୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମାହିର (ଯୁକ୍ତ-୨)ରେ ୨୫୮ ଜଣଙ୍କ ମଧ୍ୟରୁ ୨୩୩ ଜଣ, ଆଲିମ୍ ପ୍ରି-ଡିଗ୍ରି (ଯୁକ୍ତ-୩)ରେ ୧୧୫ ଜଣଙ୍କ ମଧ୍ୟରେ ୧୧୧ ଜଣ, ଆଲିମ୍ ଫାଇନାଲ୍-ଡିଗ୍ରୀ(ଯୁକ୍ତ-୩)ରେ ସମସ୍ତ ୧୦୪ ଜଣ ପରୀକ୍ଷାର୍ଥୀ, ଫାଜିଲ୍-ଏ ଊର୍ଦ୍ଦୁ(ପିଜି)ରେ ସମସ୍ତ ୭୦ ଜଣ ଏବଂ ଫାଜିଲ୍-ଏ-ହଦିଦ୍(ପିଜି)ରେ ସମସ୍ତ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତିା ଚଳିତ ବର୍ଷ ମୌଲବୀରେ ୮୧.୫୭%, ମାହିରରେ ୯୦.୩୧%, ଆଲିମ୍ ପ୍ରି-ଡିଗ୍ରିରେ ୯୬.୫୨% ଏବଂ ଆଲିମ୍ ଫାଇନାଲ୍-ଡିଗ୍ରି, ଫାଜିଲ୍-ଏ ଊର୍ଦ୍ଦୁ ଓ ଫାଜିଲ୍-ଏ-ହଦିଦ୍ରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତିା

ମୌଲବୀ ପରୀକ୍ଷାରେ କେନ୍ଦୁଝରର ମହମ୍ମଦ ଇନାମୁର ରହମାନ୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାହିରରେ ଜଗତସିଂହପୁରର ତଜମୁନ୍‌ ବିବି, ଆଲିମ୍ ପ୍ରି-ଡିଗ୍ରିରେ କେନ୍ଦୁଝରର ମହମ୍ମଦ ସାଲିକ୍ ଅସ୍‌ଗର, ଆଲିମ୍ ଫାଇନାଲ୍-ଡିଗ୍ରିରେ ଖୋର୍ଦ୍ଧାର ମହମ୍ମଦ୍ ତୋସିଫ୍ ରାଜା, ଫାଜିଲ୍-ଏ-ଉର୍ଦ୍ଦୁରେ ଯାଜପୁରର ଏସ୍.କେ. ଅମଜଦ୍ ଅଲ୍ଲୀ ଏବଂ ଫାଜିଲ୍-ଏ-ହଦିଦ୍‌ରେ କଟକର ମିର୍ ମେହଫୁଜ୍ ଅଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତିା

Leave A Reply

Your email address will not be published.