ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ: ବାଚସ୍ପତି

ଭୁବନେଶ୍ବର : ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭାର ବଜେଟ୍ ଅଧିବେଶନ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି ଯେ ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ।

ଏଥି ସହ ଗତକାଲି ଠାରୁ ଆରମ୍ଭ ହୋଇଛି ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ। ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ ଆସିବ। ସଂସଦ ଟିଭି ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌। ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଆରମ୍ଭ ହୋଇଛି। ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍‌ ହେବାର ଯୋଜନା ରହିଛି । ବିଧାନସଭା ସଂପର୍କିତ ଖବର ଏଠାରେ ପ୍ରସାରଣ କରାଯିବ । ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ ।

ସେହିପରି ‘ବିଧାନସଭା ପତ୍ରିକା’ ନାମରେ ଏକ ମାସିକ ପ୍ରତିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କୀତ ଖବର ପ୍ରକାଶ କରାଯିବ । ଲୋକଙ୍କ ସଠିକ୍ ତଥ୍ୟ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.