ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ ।

ତେବେ ଚଳିତ ମାସ ୬ ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ଓଜେଇଇ ପରୀକ୍ଷା । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି। କରୋନା କଟକଣା ମଧ୍ୟରେ ୧୨ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ପ୍ରବେଶିକା  ପରୀକ୍ଷା କରାଯାଇଥିଲା। କରୋନା ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଳମ୍ବ ହେବ ବୋଲି ଆଶା କରାଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ପରୀକ୍ଷା ଫଳ ।

 

 

 

Leave A Reply

Your email address will not be published.