ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ: ଅନିଲ ଅଗ୍ରୱାଲ

ଭୁବନେଶ୍ୱର: ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ । ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ କିଛି ଏପରି କହିଛନ୍ତି ।

ଅନିଲ ଅଗ୍ରୱାଲ ନିଜ ଭାଷଣରେ କହିଥିଲେ ଯେ, ଦୁନିଆ ଚାହୁଁନି ଭାରତ ପ୍ରଗତି କରୁ । ଦୁନିଆ ଚାହୁଁଛି ଭାରତ କେବଳ ଆମଦାନୀ କରୁ । ଫଳରେ ଭାରତ ଶିଳ୍ପବିକଶିତ ରାଷ୍ଟ୍ରରେ ପରିଣତ ହେବ ନାହିଁ । କିନ୍ତୁ ଓଡ଼ିଶା ଏହାକୁ ବଦଳାଇ ଦେଇଛି । ଓଡ଼ିଶା ରପ୍ତାନୀ ଭିତ୍ତିକ ଅର୍ଥନୀତିର ଭିତ୍ତି ସ୍ଥାପନ କରିଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତିପଥରେ ଅଗ୍ରସର ଅଛି । ଏଠାରେ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି ଜାଣନ୍ତି ଯେ, ସବୁ ରାଜ୍ୟ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି କିନ୍ତୁ ଓଡ଼ିଶାରେ ଯେଉଁଭଳି ଉତ୍ସାହ ଅଛି ତାହା ଅନ୍ୟତ୍ର ନାହିଁ ।

Leave A Reply

Your email address will not be published.