ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଓଡ଼ିଶାକୁ କେନ୍ଦ୍ରର ସାର୍ଟିଫିକେଟ, ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ

ଭୁବନେଶ୍ବର: ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ । ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ଓଡ଼ିଶା । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ଓଡ଼ିଶାକୁ ମିଳିଛି ସଫଳତା । କେନ୍ଦ୍ର ଅନୁଦାନ କାରୀ କରିବାରେ ରାଜ୍ୟ ବେଶ ଆଗୁଆ । ବିରୋଧୀଙ୍କ ମୁହଁ ବନ୍ଦ କଲା କେନ୍ଦ୍ର ସାର୍ଟିଫିକେଟ । ରାଜ୍ୟର ସଫଳତାକୁ ଖୋଦ କେନ୍ଦ୍ର ସରକାର ଉଜାଗର କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ।

କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ରେକର୍ଡ କରିଛି ଓଡ଼ିଶା । ମନରେଗା ଯୋଜନାରେ ଗତ ସାଢେ ତିନି ବର୍ଷ ଭିତରେ ୧୭ ଲକ୍ଷ ୮୯ ହଜାର ୬୬୭ଟି ପ୍ରକଳ୍ପ ଶେଷ ହୋଇଛି । ଯେଉଁଥି ପାଇଁ ସାରାଦେଶରେ ଓଡ଼ିଶା ଟପ ଫାଇଭ ରାଜ୍ୟ ଭିତରେ ସ୍ଥାନ ପାଇଛି । ଏପରିକି କୋଭିଡ ମହାମାରୀ ଦୁଇବର୍ଷରେ ବି ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ମନରେଗା ହିତାଧିକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ରାଜ୍ୟ ରେକର୍ଡ କରିଛି ।

ଓଡ଼ିଶାରେ ୫ଟି ସଂସ୍କାର ବ୍ୟବସ୍ଥା କାର୍ଯ୍ଯକାରୀ ହେବାପରଠାରୁ ପୂର୍ବଭଳି ଡେଡଲାଇନ ଭିତରେ ପ୍ରତ୍ୟେକ ଯୋଜନା କାର୍ଯ୍ଯକାରି ହେଉଛି । କେନ୍ଦ୍ର ସରକାର ସିଏସ୍ଏସ ଯୋଜନାରେ ରାଜ୍ୟ ଦେଉଛି ୪୦ ପ୍ରତିଶତ ଅର୍ଥ । ଯେଉଁଥି ପାଇଁ ଆର୍ଥିକ ବୋଝ ସତ୍ତ୍ବେ ବି ଓଡ଼ିଶା ସରକାର ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ସିଏସ୍ଏସର ସଫଳ ରୂପାୟନ ପାଇଁ ବଜେଟରେ ଅଗ୍ରାଧିକାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ଯକାରୀ କରିବାରେ ଦେଶରେ ଓଡ଼ିଶା ରେକର୍ଡ କରିଛି । ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୧୭ ହଜାର ୯୨୯ଟି ରାସ୍ତାରୁ ଗତ ୨୨ ତାରିଖ ସୁଦ୍ଧା ୧୬ ହଜାର ୫୪୯ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ସଂଖ୍ୟାଠାରୁ ଚଳିତମାସ ୨୩ ତାରିଖ ସୁଦ୍ଧା ୫୦ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି ।

ବିଦ୍ୟାଳୟ ରୂପାନ୍ତରଣ ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛି । ବାଳକ ଓ ବାଳିକାଙ୍କ ପାଇଁ ମୌଳିକ ସୁବିଧା କଥା ହେଉ କି ଶିକ୍ଷା ବିକାଶ ନେଇ ଭିତ୍ତିଭୂମି ନେଇ କେନ୍ଦ୍ର ସରକାର ବି ତାଜୁବ ହେଲେଣି ।

Leave A Reply

Your email address will not be published.