ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶାର ଆଗୁଆ ପଦକ୍ଷେପ: ସ୍ଥିତ ଦେଖି ଜିଲ୍ଲାପାଳ ଗ୍ରହଣ କରିବେ ନୂଆ ଷ୍ଟ୍ରାଟେଜି

ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ

ଭୁବନେଶ୍ୱର: ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଦିଲ୍ଲୀ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଛି ଓଡ଼ିଶା । ରାଜ୍ୟରେ ସର୍ଭେଲାନ୍ସ ଜାରି ରଖିବା ସହ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପୂର୍ବ ପରି ୩ଟିକୁ ଫୋକସ କରାଯାଇଛି। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ କରିବା ସହ ମସ୍ତ କୋଭିଡ କଟକଣା ମାନିବାକୁ କୁହାଯାଇଛି । ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନଯିବାକୁ କୁହାଯାଇଛି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ଯେଉଁଠି ଦରକାର ନୂଆ ଷ୍ଟ୍ରାଟେଜି କରିବାକୁ । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୬୫ ପ୍ରତିଶତ ବଢ଼ିଛି କରୋନା କେସଲୋଡ । ଦିନକରେ ୨ ହଜାର ୦୬୭ କେସ୍ ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ବଢ଼ିବା ସାଙ୍ଗକୁ ଦେଶରେ ଆକ୍ଟିଭ କେସ୍ ବି ବଢ଼ୁଛି । ରାଜଧାନୀ ଦିଲ୍ଲୀସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା କେସ୍ ୨୬ ପ୍ରତିଶତ ବଢ଼ିଛି । ରାଜଧାନୀରେ ପଜିଟିଭିଟି ରେଟ୍ ବୃଦ୍ଧି ପାଇ ୪.୪୨ରେ ପହଞ୍ଚିଛି । ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ବି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

Leave A Reply

Your email address will not be published.